About OKS

The Voice of Odisha Artist (OKS) is dedicated to uplifting artists across all disciplines.

 Since 2021, led by Gunduchi Musa, OKS has been a beacon for artists, promoting 

traditional arts and addressing their needs.

OKS aims for people from every corner of Odisha to recreate art and stand beside artists from all walks of life—Singers, Dancers, Producers, Technicians, and Actors.

We are committed to promoting various stages, from Odiya dramas to Das Khadiya and Kandhei Naach, fostering a deep understanding of artists’ joys and sorrows.

Efforts are continuously made to solve artists’ problems through dialogues and proactive programs, with many more initiatives planned for the future.

ଓଡ଼ିଆ କଳାକାରଙ୍କ ସମ୍ପର୍କରେ ପଦେ

କୋରୋନାର ତାଡ଼ନାରେ ଛନ୍ଦି ହୋଇ କଳାକାରଟିଏ ଛଟ ପଟ ହେଉଥିଲା ବେଳେ, ୨୦୨୧ ମସିହାରେ ପରିପ୍ରକାଶ ଘଟିଥିଲା (OKS ) ଓଡ଼ିଆ କଳାକାରଙ୍କର ସ୍ୱର ।ଉଦ୍ଦେଶ୍ୟ ଥିଲା ଓଡ଼ିଶାର କୋଣ ଅନୁକୋଣରେ ଥିବା ବିଭିନ୍ନ ଲୋକ କଳାର ପୁନରୁଦ୍ଧାର କରିବା ଓ ପ୍ରତ୍ୟେକ ବର୍ଗର କଳାକାରଙ୍କ ପାଖରେ ସୁଖ ଦୁଃଖରେ ଛିଡା ହେବା।
୨୦୨୧ ମସିହାରୁ ଆଜି ପର୍ଯ୍ୟନ୍ତ ଏହି (OKS) ଓଡ଼ିଆ କଳାକାରଙ୍କ ସ୍ୱର , କଳା କ୍ଷେତ୍ରରେ ଗୁଣ୍ଡୁଚି ମୂଷାଟିଏ ସାଜି ତାର କାର୍ଯ୍ୟକ୍ରମକୁ ଆଗେଇ ନେଉଛି । OKS ବିଭିନ୍ନ ସମୟରେ, ବିଭିନ୍ନ ମଞ୍ଚରେ ଓଡ଼ିଆ ନାଟକଠାରୁ ଆରମ୍ଭ କରି ଦାସ କାଠିଆ, କଣ୍ଢେଇ ନାଚ, ପାଲା, ଇତ୍ୟାଦିର ପ୍ରଚାର ପ୍ରସାର ଏବଂ କଳାକାର ମାନଙ୍କର ସୁଖ ଓ ଦୁଃଖ ବୁଝିବାରେ ପ୍ରୟାସ ଜାରି ରଖିଛି ।ଏସବୁ ବାଦେ OKS ତାର ସଭ୍ୟ ଏବଂ ସଭ୍ୟା ମାନଙ୍କର ପ୍ରଚେଷ୍ଟାକ୍ରମେ ବିଭିନ୍ନ ସମୟରେ ରକ୍ତଦାନ ଶିବିର, ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଓ କଳାକାର ମାନଙ୍କୁ ମାଗଣା ଦୁର୍ଘଟଣା ବିମା ପ୍ରଦାନ କରିବାର ପ୍ରଚେଷ୍ଟା ମଧ୍ୟ ଜାରି ରଖିଛି ଓ ପ୍ରତ୍ୟେକ ରବିବାର ରାତି ୯ ଟାରୁ ୧୦ ଟା ପର୍ଯ୍ୟନ୍ତ ଭର୍ଚୁଆଲ ମିଟିଂ ମାଧ୍ୟମରେ କଳାକାର ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିବାର ପ୍ରୟାସ ମଧ୍ୟ ଜାରି ରଖିଛି ।ଏହିପରି ଅନେକ ଗୁଡ଼ିଏ କାର୍ଯ୍ୟକ୍ରମ OKS ହାତକୁ ନେଇଛି, ଆଗାମୀ ଦିନରେ ତାର ରୂପରେଖ ମିଳିବ ।